HTML/ Javascript

Tuesday, September 19, 2023

କଂସେଇ

ରବିବାରିଆ ବଜାରଟା ଭାରି ଭିଡ଼। ଯୋଡିଏ ଟଙ୍ଗା ହେଇଚି ଆଉ ଚାରିଟା ବନ୍ଧା ହେଇଛନ୍ତି। ମିଶ୍ର ବାବୁଙ୍କ ନଜର, କେତେବେଳେ ସେ ଧଳା ଛାପ ଥିବା କଳା ଖାସିଟା କଟା ହବ। ବେଶି ଓଜନ ହବନି.. ବେଶି ହେଲେ ବାର ତେର କିଲ ଭିତରେ। ପାକଳ ଦାନ୍ତକୁ ସୁହେଇବ, ବେଶି ଟଣା ଟଣି କରିବାକୁ ପଡିବନି। ସେଥି ପାଇଁ ପରା ଜାଣିଶୁଣି ସିଏ ପଛେଇ ପଛେଇ ରହୁଛନ୍ତି। କାଲୁ ମିଆଁ ଯେତେ ପଚାରିଲେ ବି କେତେ ମାଂସ କିଣିବେ କହୁ ନାହାନ୍ତି।

ଜାଣିଲୁ, ୟା ପରେ ମୋ ପାଳି। ତୁ ଶେଷକୁ ରହିବୁ। ଏମିତି ଦୁଇ ଧାର ଲୁହ ଗଡେଇ କହୁ ଥିଲା ସେଇ କଳା ଉପରେ ଧଳା ଛାପ ଥିବା ବାର କିଲିଆ ଛେଳିଟି। ତା ମାଲିକାଣୀ ତା ନାଁ ଦେଇଥିଲା ରସା। ବେଶି ବୟସ ବି ହେଇନି, ହେଲେ କଂସେଇ ହାତକୁ ଟେକିଦେଲା ତାକୁ। ସିଏ ବା କଣ କରିବ, ତା ମରଦଟା ତ ମଦୁଆ। ମଦ ପିଇ ପିଇ କଳିଜା ଖରାପ କଲା। ମତେ ବିକି ତା ଓଷଦ ବରାଦ କଲା।

ଆଖି ମିଟି ମିଟି କରି ଚାହିଁଥିଲା କାଲୁ ମିଆଁ ର ଧାରୁଆ ଛୁରିକୁ। ମିଶ୍ର ବାବୁ କହୁଥାନ୍ତି କାଲୁ, ପଛ ବାଁ ଫଡ଼ିଆ ଆଉ ସିନା ରୁ ମିଶେଇ ଦୁଇକେଜି ଦବୁ। ଚର୍ବି ଜମା ଦବୁନି। କଳିଜା ଟା ଅଲଗା। ଓଜନ ରେ ପକେଇବୁନି।

ରସାକୁ କାଲୁ ମିଆଁର ଧାରୁଆ ଛୁରିଠୁ, ମିଶ୍ର ବାବୁଙ୍କ ଶକ୍ତ ଦାନ୍ତ ବହୁତ ଡର ଲାଗୁଥାଏ।


୨୯ ଜୁଲାଇ ୨୦୧୮, ରବିବାର

କଂସେଇ

ରବିବାରିଆ ବଜାରଟା ଭାରି ଭିଡ଼। ଯୋଡିଏ ଟଙ୍ଗା ହେଇଚି ଆଉ ଚାରିଟା ବନ୍ଧା ହେଇଛନ୍ତି। ମିଶ୍ର ବାବୁଙ୍କ ନଜର, କେତେବେଳେ ସେ ଧଳା ଛାପ ଥିବା କଳା ଖାସିଟା କଟା ହବ। ବେଶି ଓଜ...